close
Jump to content

କ୍ରେଡିଟ କାର୍ଡ଼

ଉଇକିପିଡ଼ିଆ‌ରୁ
(Credit cardରୁ ଲେଉଟି ଆସିଛି)
କ୍ରେଡିଟ କାର୍ଡର ଆଗପଟର ଏକ ନମୁନା
କ୍ରେଡିଟ କାର୍ଡ଼ର ପଛପଟର ଏକ ଉଦାହରଣ

କ୍ରେଡିଟ କାର୍ଡ଼ ବା ବାକି କାର୍ଡ ଏକ ଛୋଟ ପ୍ଲାଷ୍ଟିକ କାର୍ଡ ଅଟେ । ଏହି କାର୍ଡଦ୍ୱାରା ଜିନିଷପତ୍ର କିଣିଲେ ଆଗ ପଇସା ଦେବାକୁ ପଡେନାହିଁ । ପ୍ରଥମେ ବାକିରେ ଏହି କାର୍ଡ଼ଧାରୀ ଜିନିଷ କିଣି ପରେ ଏହାର ମୂଲ୍ୟ ଦେଇପାରିବେ ।[] ଏହି କାର୍ଡଦ୍ୱାରା ଏଟିଏମ କିମ୍ବା ବ୍ୟାଙ୍କରୁ ନଗଦ ଅର୍ଥ ମଧ୍ୟ ଉଠାଯାଇ ପାରେ । କିଣିଥିବା ଜିନିଷର ପଇସା ସଠିକ ସମୟରେ ଦେଇନପାରିଲେ ଉଚ୍ଚ ହାରରେ ସୁଧ ସହିତ ମୂଳ ଦେବାକୁ ପଡ଼ିଥାଏ ।[]

ଅବଲୋକନ

[ସମ୍ପାଦନା]

ଆଜିକାଲିକାର ଜୀବନଶୈଳୀରେ କ୍ରେଡିଟ କାର୍ଡ଼ ଏକ ଆବଶ୍ୟକତା ହୋଇଗଲାଣି । କିଣାକିଣିଠାରୁ ଆରମ୍ଭକରି କୌଣସି ଜରୁରୀ କାର୍ଯ୍ୟପାଇଁ ଲୋକେ କ୍ରେଡିଟ କାର୍ଡ ଉପଯୋଗ କରିବାକୁ ପସନ୍ଦ କରୁଛନ୍ତି, କିନ୍ତୁ ଗୋଟିଏ ପକ୍ଷରେ ଏହା ଲୋକଙ୍କପାଇଁ ଅନେକ ସୁବିଧା ଆଣିଦେଉଥିଲାବେଳେ ଅନ୍ୟପକ୍ଷରେ ଠିକସେ ବ୍ୟବହାର ନକଲେ ବ୍ୟବହାରକାରୀଙ୍କର କ୍ଷତି ମଧ୍ୟ କରିଥାଏ ।

ଜାଣିବା ଶବ୍ଦ

[ସମ୍ପାଦନା]

କ୍ରେଡିଟ କାର୍ଡ ନେବା ସମୟରେ ଏହାର ସର୍ତ୍ତ ଏବଂ ନିୟମଗୁଡ଼ିକୁ ଧ୍ୟାନର ସହିତ ପଢ଼ିବା ଉଚିତ । କିଛି ଗୁରୁତ୍ୱପୂର୍ଣ୍ଣ ଶବ୍ଦାବଳୀ ନିମ୍ନରେ ଦିଆଗଲା: [][]

ପ୍ରାରମ୍ଭିକ ଏବଂ ବାର୍ଷିକ ଆୟ

କିଛି ଉଚ୍ଚ ଦର ବିଶିଷ୍ଟ କ୍ରେଡିଟ କାର୍ଡ଼କୁ ଛାଡ଼ିକରି ଅନେକ କାର୍ଡ ନିଃଶୁଳ୍କ ହୋଇଥାଏ । କିଛି କାର୍ଡ ଆଜୀବନ ନିଃଶୁଳ୍କ ମଧ୍ୟ ହୋଇଥାଏ ।

ବକେୟା ରାଶି ହସ୍ତାନ୍ତରୀକରଣ

କିଛି ଗ୍ରାହକ କ୍ରେଡିଟ କାର୍ଡ଼କୁ ଅଳ୍ପ ସମୟ ପାଇଁ ଋଣ ହିସାବରେ ଉପଯୋଗ କରିବାକୁ ନେଇଥାନ୍ତି । ଯେବେ ଗ୍ରାହକ ଋଣର ସୁଧ ଦେଇପାରନ୍ତି ନାହିଁ ତେବେ ବକେୟା ରାଶିକୁ ଅନ୍ୟ ଏକ କାର୍ଡ଼ରେ ହସ୍ତାନ୍ତରଣ କରିଲେ କିଛି ଦିନପାଇଁ ଆଦୌ କିମ୍ବା କମ ସୁଧ ଦେଲେ ହୋଇଯାଏ । ଏହାକୁ ବକେୟା ରାଶି ହସ୍ତାନ୍ତରୀକରଣ କୁହାଯାଇଥାଏ ।

ସୁଧ ହାର

ଯଦି କିଣାକିଣି କରିଥିବା ଜିନିଷର ମୂଲ୍ୟ ଠିକ ସମୟରେ ଦିଆଯାଏ ନାହିଁ ତେବେ ବ୍ୟାଙ୍କ ବାକି ଥିବା ଅର୍ଥରେ ସୁଧ ଲଗାଇଥାଏ । ସାଧାରଣତଃ ୨୮ରୁ ୩୬ ପ୍ରତିଶତ ବାର୍ଷିକ ସୁଧ ହାର ହୋଇଥାଏ । ଏବଂ ଏହା ବିଭିନ୍ନ କ୍ରେଡିଟ କାର୍ଡରେ ଭିନ୍ନ ଭିନ୍ନ ହୋଇଥାଏ । []

ୠଣ ଅବଧି

ସାଧାରଣତଃ ଋଣ ଅବଧି ସମାପ୍ତ ପରେ ସଠିକ ତାରିଖ ମଧ୍ୟରେ ପଇସା ଫେରସ୍ତ କରିଦେଲେ ସୁଧ ଦେବାକୁ ପଡ଼େନାହିଁ । ଏହି ଋଣର ଅବଧି ୨୧-୪୨ ଦିନ ମଧ୍ୟରେ ରହିଥାଏ । ଋଣ ପରିଶୋଧରେ ଯେତେ ବିଳମ୍ବ କରିବେ ସୁଧ ସେତେ ବଢ଼ି ବଢ଼ି ଚାଲିବ ।

ୠଣ ସୀମା

ୠଣ ସୀମା, କ୍ରେଡିଟ କାର୍ଡ଼ରେ ଖର୍ଚ୍ଚ କରିହେଉଥିବା ସର୍ବୋଚ୍ଚ ପରିମାଣକୁ ବୁଝାଇଥାଏ । ଏହା ବ୍ୟବହାରକାରୀଙ୍କର ଆୟ ଉପରେ ନିର୍ଭର କରିଥାଏ । ଯାହାର ଆୟ ଯେତେ ଅଧିକ ତାଙ୍କର ସର୍ବୋଚ୍ଚ ସୀମା ସେତେ ଅଧିକ ହୋଇଥାଏ । ଏଭଳି ଲୋକେ ମାନନ୍ତି କି ଯେତେ ଅଧିକ ଖର୍ଚ୍ଚର ସୀମା ସେତେ ଭଲ । କିନ୍ତୁ, ଯେପର୍ଯ୍ୟନ୍ତ କ୍ରେଡିଟ କାର୍ଡ ଏତେ ଅଧିକ ଯାଏଁ ପ୍ରୟୋଗ କରୁନାହାଁନ୍ତି ଏଭଳି ଉପଦେଶ ବୃଥା ଅଟେ । କାର୍ଡ ଚୋରି ହୋଇଗଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ।

ଏକ ଉଦାହରଣ:[]

ପ୍ରାରମ୍ଭିକ ଋଣ ସୀମା ଦେଣନେଣ ମୂଲ୍ୟ ଦେଣନେଣ ମୂଲ୍ୟ ମଞ୍ଜୁର ହେଲା? ବାକିଥିବା ଋଣ ସୀମା
୧୦,୦୦୦ -୨୫୦୦ ହଁ ୭୫୦୦
-୮୫୦୦ ନାଁ ୭୫୦୦
-୧୦୦୦ ହଁ ୬୫୦୦
ଗ୍ରାହକ ସେବା

କିଛି ବର୍ଷ ପୂର୍ବେ ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ଼ ପାଇଁ ସେବା ଏତେ ବିକଶିତ ହୋଇନଥିଲା । କିନ୍ତୁ ଆଜିକାଲି ଗ୍ରାହକ ସେବା ବହୁ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି । ଏଥିଯୋଗୁଁ ଭଲ ସମ୍ପର୍କ ଥିବା ବ୍ୟାଙ୍କଠାରୁ ହିଁ କ୍ରେଡିଟ କାର୍ଡ଼ ନେବା ଉଚିତ ।

ପୁରସ୍କାର ଅଙ୍କ ଏବଂ ଅର୍ଥ ଫେରସ୍ତ

ସମସ୍ତ ବ୍ୟାଙ୍କ ଗ୍ରାହକଙ୍କୁ ପୁରସ୍କାର ଅର୍ଥ (କ୍ରେଡିଟ ପଏଣ୍ଟ) କିମ୍ବା ନଗଦ ପଇସା ଫେରାଇ (କ୍ୟାଶ ବ୍ୟାକ) ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି । ଏଥିପାଇଁ ଯେଉଁ ଗ୍ରାହକମାନେ ନିୟମିତ ଭାବରେ କ୍ରେଡିଟ କାର୍ଡ ଉପଯୋଗ କରନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଉଚିତ ।

କିଣାକିଣିର ସୁବିଧା

ସ୍ୱଦେଶ ସହିତ ବିଦେଶରେ ମଧ୍ୟ କିଣାକିଣି ସୁବିଧା ଦେଉଥିବା କ୍ରେଡିଟ କାର୍ଡ ହିଁ ଏକ ଭଲ କାର୍ଡ଼ ହୋଇଥାଏ । ଅଧିକାଂଶ କାର୍ଡ ବିଭିନ୍ନ ବ୍ରାଣ୍ଡ, କମ୍ପାନୀ ସହିତ ସହବନ୍ଧ କରି ଗ୍ରାହକଙ୍କୁ ରିହାତି ପ୍ରଦାନ କରିଥାନ୍ତି । ଏଥିରେ ପେଟ୍ରୋଲ ପମ୍ପରେ ସରଚାର୍ଜ ଫେରେଇ ଆଣିବା ଆଦି ସାମିଲ ଅଟେ ।

ଧ୍ୟାନ ରଖନ୍ତୁ

[ସମ୍ପାଦନା]
ଏକ କ୍ରେଡିଟ କାର୍ଡ଼ ଉନ୍ମୋଚନ ଅବସରରେ ମିରାଣ୍ଡା କେର ଏବଂ ପଲ ଜାରା

କ୍ରେଡିଟ କାର୍ଡ଼ର ପ୍ରୟୋଗ ସହିତ କିଛି ଅନ୍ୟ କଥା ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ।

ପରିଶୋଧ ଇତିହାସ: କ୍ରେଡିଟ କାର୍ଡର ଖର୍ଚ୍ଚ ସୀମା ବଢାଇବା ପାଇଁ ଗ୍ରାହକଙ୍କର ଋଣ ପରିଶୋଧ ଇତିହାସ ଦେଖାଯାଇଥାଏ । ପରିଶୋଧରେ ଡେରି କଲେ କିମ୍ବା ସୀମାଠାରୁ ଅଧିକ ପରିମାଣରେ ଖର୍ଚ୍ଚ କଲେ ବିପଦର ଘଣ୍ଟି ସଦୃଶ ହୋଇଥାଏ । ଯଦି ବ୍ୟାଙ୍କକୁ ଲାଗେ କି ଗ୍ରାହକଙ୍କ ପରିଶୋଧ ଇତିହାସ ଭଲ ହେଉନାହିଁ ତେବେ ସେ ଖର୍ଚ୍ଚ ସୀମା କମେଇ ମଧ୍ୟ ଦେଇପାରିଥାଏ ।

ଋଣ: ପ୍ରାୟ ଲୋକ ବିନା ପର୍ଯ୍ୟାପ୍ତ କାରଣରେ ହିଁ ଋଣ ନେଇଯାନ୍ତି । ଏହା ତାଙ୍କର କାର୍ଡ଼ର ଇତିହାସରେ ବହୁତ ପାର୍ଥକ୍ୟ ଆଣିଥାଏ । ଅର୍ଥ ଯୋଜନାକାରୀମାନଙ୍କର ମତରେ ଯଦି କୌଣସି ବ୍ୟକ୍ତି ନିଜର ମାସିକ ଆୟାର ୬୦%ରୁ ଅଧିକ ଋଣ ପରିଶୋଧରେ ଖର୍ଚ୍ଚ କରୁଛି ତେବେ ଏହା ଆଦୌନ ଭଲ ଲକ୍ଷଣ ନୁହେଁ । ଏଭଳି ବ୍ୟକ୍ତିଙ୍କୁ ବ୍ୟାଙ୍କ ଅଧିକ କ୍ରେଡିଟ ସୀମା ଦେଇନଥାଏ ।

କ୍ରେଡିଟ କାର୍ଡ଼ ଯାଞ୍ଚ

ଉପଭୋକ୍ତା ତାଙ୍କର କ୍ରେଡିଟ କାର୍ଡ ରିପୋର୍ଟ ଥରକୁ ଥର ଯାଞ୍ଚ କରିବା ଉଚିତ । ଶେଷ ରାଶି ଜମା କରିଦେବାର ଅର୍ଥ ଏହି କି ତାଙ୍କର ଋଣ ବାଣ୍ଡ ହୋଇଗଲା । ଏହି ସମୟରେ ଭଲଭାବରେ ଯାଞ୍ଚ ପରଖ କରିନେବା ଉଚିତ କି ତାଙ୍କର ଖାତା ସମ୍ପୂର୍ଣ୍ଣ ଭାବରେ ଔପଚାରିକତା ଭାବରେ ବନ୍ଦ ହୋଇଯାଇଛି । ଏହାସହିତ ଧ୍ୟାନ ରଖିବା ଉଚିତ କି ନିମ୍ନୋକ୍ତ କୌଣସି କାରଣରୁ କ୍ରେଡିଟ ସୀମା କମ ମଧ୍ୟ ହୋଇପାରେ ଯଦି:

  • କ୍ରେଡିଟ କାର୍ଡର ବିଲ ଠିକ ସମୟରେ ପରିଶୋଧ କରୁନାହାନ୍ତି
  • ଖର୍ଚ୍ଚ ସିମଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି
  • ଦିଆଯାଉଥିବା କ୍ରେଡିଟ କାର୍ଡ ସୀମାର ପ୍ରୟୋଗ କରୁନାହାନ୍ତି
  • କ୍ରେଡିଟ କାର୍ଡ ରିପୋର୍ଟ ଭଲ ନାହିଁ

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. सुलिवान, अर्थर; स्टीवन एम शेफ़्रिन (२००३). इकोनॉमिक्स: प्रिंसिपल इन एक्शन. अपर सैडल रिवर, न्यू जर्सी 07458: पियर्सन प्रेन्टिस हॉल. pp. २६१. ISBN 0-13-063085-3. Archived from the original on 2016-12-20. Retrieved 2021-02-26. {{cite book}}: Check date values in: |date= (help)CS1 maint: location (link)
  2. Andrew Bloomenthal. "The Essentials with Credit Cards". Investopedia (in ଇଂରାଜୀ). Retrieved 2019-04-06.
  3. क्या आपने क्रेडिट कार्ड की शर्तें पढ़ीं? Archived 2008-10-13 at the Wayback Machine.। जोश १८।ଛାଞ୍ଚ:हिन्दी चिह्न
  4. Landes, Luke. "Credit Card Basics: Everything You Should Know". Forbes (in ଇଂରାଜୀ). Retrieved 2019-04-06.
  5. बिना मांगे क्रेडिट कार्ड देने पर लगेगा जुर्माना[permanent dead link] । जोश १८।ଛାଞ୍ଚ:हिन्दी चिह्न
  6. "Credit Cards: What Are Credit Cards?". Investopedia (in ଇଂରାଜୀ). 2009-07-06. Retrieved 2019-04-06.

ବାହାର ଆଧାର

[ସମ୍ପାଦନା]